Odisha Link
Bridging the Missing Links in Odisha

‘ଅବଢ଼ା’କୁ ଅବମାନନା, ରେଷ୍ଟୁରାଣ୍ଟ ନାଁରେ ଏତଲା

ପୁରୀ: ରେଷ୍ଟୁରାଣ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ରେଷ୍ଟୁରାଣ୍ଟଟି ‘ଓଡ଼ିଆ ଅବଢ଼ା’ ନାଁ ରେ ପରିଚିତ। ସମ୍ବଲପୁରରେ ଥିବା ରେଷ୍ଟୁରାଣ୍ଟରେ ଲୋକ ମାନଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି।

ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ‘ଅବଢ଼ା’କୁ ଅବମାନନା କରାଯାଇଛି। ତେଣୁ ରେଷ୍ଟୁରାଣ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।ପୁରୀ ଜିଲା ଯୁବ ଅଧିବକ୍ତା ସଂଘ ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ଅବଢ଼ା ପ୍ରତି ଏପରି ଅପମାନକୁ ସହ୍ୟ କରାଯିବ ନାହିଁ।

Comments are closed.