Odisha Link
Bridging the Missing Links in Odisha

ଛାତ୍ର ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଜାତି ଏକ ମହାନ ଜାତି। ଓଡ଼ିଶା ପ୍ରତି ମହାନ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ। ୩ଟି କଥାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଜେଡ଼ି ସୁପ୍ରିମୋ। ପରିବାରର ବାପା, ମଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି।

ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଓ ସମାଜର ବିକାଶ ପାଇଁ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ଠିକ ଭାବେ ବ୍ୟବହାର କରିବାକୁ କରିଛନ୍ତି ନବୀନ। ୟୁନିକ ଆଇଡେଂଟିକୁ ଭଲ ଭାବେ ଜାଣନ୍ତୁ। ଭବିଷ୍ୟତରେ ଏହାର ପ୍ରଚାର ପ୍ରସାର କରିନ୍ତୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃ ମଣ୍ଡଳୀ ଉପସ୍ଥିତ ରହିଛନ୍ତି। ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି।

Comments are closed.