Odisha Link
Bridging the Missing Links in Odisha

ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ବର: ଝାରପଡ଼ା ଜେଲରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କମଳାକାନ୍ତ ଦାସ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଖାରବେଳ ନଗର ପୁଲିସ ଗିରଫ କରିଥିଲା।

ମୃତକଙ୍କ ପୁଅ କୌଶିକ ଦାସ କହିଛନ୍ତି ଯେ, ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା। ଲିଭର ଏବଂ କିଡନୀ ରୋଗରେ ସେ ପୀଡ଼ିତ ଥିଲେ। ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ଔଷଧ ଖାଇ ବଞ୍ଚୁଥିଲେ। ଜେଲରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନାକରିଥିଲେ। ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୌଶିକ ଦାବି କରିଛନ୍ତି।

ମୃତକଙ୍କ ଓକିଲ ରଘୁନାଥ ଦାସ କହିଛନ୍ତି ଯେ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ କମଳାକାନ୍ତଙ୍କ ମୃତ୍ୟୁ ହୋଇଛି।। ତେଣୁ ଆମେ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେବୁ ଓ କ୍ଷତିପୂରଣ ଦାବିକରିବୁ।

Comments are closed.