Odisha Link
Bridging the Missing Links in Odisha

ହନି ଟ୍ରାପରେ ଫସିଲେ ଯବାନ

ମିରଟ: ସେନାର ଜଣେ ଯବାନ ହନି ଟ୍ରାପରେ ଫସି ଯାଇଛନ୍ତି। ଜଣେ ଯୁବତି ମିଠାମିଠା କଥା କହି ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ପରେ ସେହିି ଭିଡ଼ିଓ ଦେଖାଇ ଯବାନଙ୍କୁ ବ୍ଳାକ ମେଲ କରିବା ଆରମ୍ଭ କରି ଦେଇଥିଲେ। ଯବାନଙ୍କୁ ଏଭଳି ଭାବରେ ଫଶାଉଥିଲେ ଜଣେ କଲ୍‌ଗାର୍ଲ ଓ ଏକ ଗୋଷ୍ଠୀକୁ ନୌଚନ୍ଦି ପୁଲିସ ଫର୍ଦ୍ଦାଫାସ କରିଛି। ପୁଲିସ ଯୁବତୀ ସହିତ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ସେନାର ଜଣେ ଯବାନ ସାଇବର ସେଲ୍ ଓ ନୌଚନ୍ଦି ଥାନାରେ ଅଭିଯୋଗ କରିଥିଲେ ଯେ, ମିରଟର ଜଣେ ଯୁବତୀ ଓ ଯୁବକ ଏକ ଗ୍ୟାଙ୍ଗ ତାଙ୍କୁ ହନିଟ୍ରାପରେ ଫସାଇ ବ୍ଲାକମେଲ୍ କରୁଛନ୍ତି।

ସାଇବର ସେଲ୍ ଓ ନୌଚନ୍ଦି ପୁଲିସର ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିବା ପରେ ସେମାନେ ୧୦-୧୨ ଟି ମମଲା​‌ରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି।

ଏହି ଗୋଷ୍ଠିକୁ ମିରଟରେ ଜଣେ ଯୁବକ ଚଳାଉଥିବା ବେଳେ ନିଜ ପ୍ରେମ ଫଶାଉଥିଲେ ଯୁବତୀ। ଗ୍ୟାଙ୍ଗର ମୁଖ୍ୟ ପ୍ରଥମେ ବନ୍ଧୁତ୍ବ କରିବା ପରେ ସେନାର ଯବାନଙ୍କର ଅଶ୍ଲୀଳ ଭିଡିଓ ତିଆରି କରୁଥିଲା। ଏହାପରେ ତାଙ୍କୁ ବ୍ଲାକମେଲିଂ କରୁଥିଲା।

ସେମାନଙ୍କ ଟାର୍ଗେଟରେ ରାଜସ୍ଥାନ, ହରିୟାଣା ଓ ଗୁଜରାଟର ​‌ଯବାନ ଥିଲେ। ହରିୟାଣାର ଜଣେ ଯବାନଙ୍କୁ ମିରଟରେ ଜଣେ ଯୁବତୀ ହୋଟେଲକୁ ଡକାଇ ତାଙ୍କର ଅଶ୍ଲୀଳ ଭିଡିଓ ତିଆରି କରିଥିଲେ। ଏହାପରେ ତାଙ୍କୁ ବେହୋସ କରି ତାଙ୍କର ସବୁ ଜିନିଷ ନେଇ ଯୁବତୀ ଜଣକ ହୋଟେଲରୁ ଫେରାର ହୋଇଯାଇଥିଲା।

ଯବାନ ଜଣକ ଏନେଇ ନୌଚନ୍ଦି ଥାନାରେ ଅଭିଯୋଗ କରିଥିଲେ। ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜରେ ଯୁବତୀ ଓ ତା’ ସହିତ ଅନ୍ୟ ଦୁଇ ସାଥୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଗୋଷ୍ଠୀର ସନ୍ଧାନରେ ନୌଚେନ୍ଦି ଥାନାର ପୋଲିସ ଲାଗିପଡିଥିଲା।

ଅଭିଯୁକ୍ତ ଯୁବତୀର ୧୨ଟି ଫେକ୍ ଆଇଡି ମିଳିଥିଲା। ଅଲଗା ଅଲଗା ଆଇଡିରେ ଯୁବତୀ ଜଣକ ସେନାର ଯବାନଙ୍କ ସହିତ କଥା ହେଉଥିଲା ଏବେ ପୋଲିସ ଯୁବତୀଙ୍କ ଦ୍ବାରା ହନି ଟ୍ରାପରେ ଫଶିଥିବା ପୀଡିତ ଯବାନଙ୍କ ସୂଚନା ଏକାଠି କରୁଛି। କୁହାଯାଉଛି ଯେ, ଏହି ଯୁବତୀ ଜଣକ ୧ ବର୍ଷ ଅଧିକ ହେବ ଏଭଳି କାମ କରୁଛି।

Comments are closed.