Odisha Link
Bridging the Missing Links in Odisha

ନିଜକୁ ଆଇସୋଲେସନରେ ରଖିଲେ ସାଉଥି ସୁପରଷ୍ଟାର

ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣ କାରଣରୁ ସିନେ ଜଗତର ସମସ୍ତ ସିନେମା ଶୁଟିଂ ବନ୍ଦ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତ ଅନୂକୁଳ ହେବାରୁ ଅନେକ ସିନେମା ଶୁଟିଂ ଆରମ୍ଭ ହୋଇଛି । କିନ୍ତୁ ସାଉଥି ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମାର ଶୁଟିଂକୁ ମଝିରୁ ସ୍ଥଗିତ କରାଯାଇଛି।

ତାଙ୍କର ଅପ୍ କମିଂ ସିନେମା ‘ଆନ୍ନାଥୀ’ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଶୁଟିଂ ଚାଲିଥିବା ବେଳ ସେଠାରେ ୮ ଜଣ ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି। ଏହାପରେ ରଜନୀକାନ୍ତ ନିଜକୁ ଆଇସୋଲେସନରେ ରଖିଛନ୍ତି। ଏହାକୁ ରାଜନୀକାନ୍ତଙ୍କ ମୁଖପାତ୍ର ରିଆଜ ଅହମଦ ସୂଚନା ଦେଇଛନ୍ତି।

ସିନେମା ଶୁଟିଂ ଆରମ୍ଭ ହେବା ପୂର୍ବରୁ ସନ୍ ପିକଟର୍ସ ପ୍ରୋଡକ୍ସନ ହାଉସ ଚାଟାର୍ଡ ବିମାନ ବ୍ୟବସ୍ଥା କରିଥିଲା। ଏହି ବିମାନରେ ରଜନୀକାନ୍ତଙ୍କ ସହ ତାଙ୍କ ଝିଅ ଐଶର୍ଯ୍ୟା ମଧ୍ୟ ଥିବା ଜଣାପଡ଼ିଛି। ଅନ୍ୟପଟେ ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରଜନୀକାନ୍ତ ଦଳ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି।

Comments are closed.