Odisha Link
Bridging the Missing Links in Odisha

ପୁରୀ ଅଠରନଳା ଉପରେ ଯାତାୟତ ବନ୍ଦ

ପୁରୀ: ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଯାତାୟତ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି।

ଯେଉଁଥି ପାଇଁ ଆଜି ଠାରୁ ଅଠରନଳା ପୋଲ ଉପରେ ୟାତାୟତ କରିବା ଉପରେ କଟକଣା ଲଗାଯାଇଛି । ଏହି କଟକଣା ସମୟରେ ପୋଲର ପୁନରୁଦ୍ଧାର କାର୍ଯ୍ୟ କରାଯିବ ।

ପୁରୀ ସହରର ବିଭିନ୍ନ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି। ପ୍ରଥମେ ଜଗନ୍ନାଥ ମନ୍ଦିର ଓ ତା ଚାରିପଟକୁ ସଜା ଯାଇଥିଲା। ବର୍ତ୍ତମାନ ପୁରୀର ଅଠରନଳା ପୋଲକୁ ମଧ୍ୟ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comments are closed.