Odisha Link
Bridging the Missing Links in Odisha

ଅଟୋରେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ, ୨ ଗିରଫ

ଲକ୍ଷ୍ନୌ: ଜଣେ ଛାତ୍ରୀଙ୍କୁ ଚଳନ୍ତା ଅଟୋରେ ଦୁଷ୍କର୍ମ କରିବା ଘଟଣା ସାମ୍ମନା ଆସିଛି। ଏହି ଲଜ୍ଜାଜନକ ଘଟଣାଟି ଉତ୍ତର ପ୍ରଦେଶରରେ ଘଟିଛି। ପୀଡିତା ପରିବାର ଏହି ଘଟଣା ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୀଡିତା ଜଣଙ୍କ ହେଲେ ଯୁକ୍ତ ୩ର ଛାତ୍ରୀ।

ପ୍ରକାଶ ଯେ , ଜଣେ ଯୁକ୍ତ ୩ ଛାତ୍ରୀ ବୁଧବାର ସକାଳେ କଲେଜ ବାହାରିଥିଲେ। କଲେଜ ଯିବା ପାଇଁ ସେ ଏକ ଅଟୋରେ ବସିଥିଲେ। ଏହି ଅଟୋରେ ଆଉ କିଛି ଛାତ୍ର ମଧ୍ୟ ଥିଲେ। କଲେଜ ଆଗରେ ସମସ୍ତ ଛାତ୍ର ଓହ୍ଲାଇ ପଡିଥିଲେ।

ଛାତ୍ରୀଜଣଙ୍କ ଓହ୍ଲାଇବା ବେଳେ ଡ୍ରାଇଭର ଅଟୋକୁ ଆଗକୁ ନେଇ ଯ।ଇଥିଲେ। ଅଟୋରେ ଆଉ ଜଣେ ଯୁବକ ଥିଲେ । ପ୍ରଥମେ ଯୁବକଜଣଙ୍କ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା ।

ସେତେବେଳକୁ କଲେଜ ଆଗରେ ଓହ୍ଲାଇଥିବା ଛାତ୍ରମାନେ ଶିକ୍ଷକଙ୍କୁ ଏନେଇ ସୂଚନା ଦେଇଥିଲେ। ପରେ କିଛି ଶିକ୍ଷକ ଅଟୋକୁ ପିଛା କରି ପ୍ରାୟ ୫ କିମି ଆଗରେ ଧରିଥିଲେ। ସେଠାରେ ରକ୍ତାକ୍ତ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed.