Odisha Link
Bridging the Missing Links in Odisha

ବିସିସିଆଇର ବଡ଼ ଘୋଷଣା: ୨୦୨୨ରେ ଆଇପିଏଲ ଖେଳିବେ ୧୦ ଟିମ୍

ନୂଆଦିଲ୍ଲୀ: ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ରେ ୧୦ଟି ଟିମ ଖେଳିବେ। ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଞ୍ଜୁରୀ ଦିଆଯାଇଛି। ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା। ଏହି ଦୁଇଟି ନୂଆ ଟିମର ଗଠନ ଓ ଆଇପିଏଲରେ ସାମିଲ କରିବା ସମ୍ପର୍କିତ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲକୁ କୁହାଯାଇଛି । ଆଇପିଏଲରେ ଏବେ ୮ଟି ଟିମ ଖେଳୁଛନ୍ତି।

ସେଗୁଡ଼ିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକତା ନାଇଟରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ, ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟକୁ ସାମିଲ କରିବାକୁ ଆଇସିସିର ଉଦ୍ୟମକୁ ବିସିସିଆଇ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏ ବାବଦରେ ଆଇଆଇସିଠାରୁ ଆବଶ୍ୟକ ସ୍ପଷ୍ଟୀକରଣ ମିଳିବାପରେ ବିସିସିଆଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ସମର୍ଥନ କରିବ। ଅନ୍ୟପକ୍ଷରେ ଆଇସିସି ବୋର୍ଡରେ ବିସିସିଆଇ ଅଧ୍ୟକ୍ଷ ଜଣେ ନିର୍ଦ୍ଦେଶକଭାବେ ବଜାୟ ରହିବେ।

Comments are closed.