Odisha Link
Bridging the Missing Links in Odisha

ଦେବାଶିଷ ହେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଚୟନକର୍ତ୍ତା

ନୂଆଦିଲ୍ଲୀ: ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅହମ୍ମଦାବାଦରେ ଆଜି ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି।

ସେହିପରି ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା। ଭାରତର ଅନ୍ୟତମ ପୂର୍ବତନ ପେସର ଆବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟି ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ପେସ୍ ବୋଲର ମଦଲ ଲାଲଙ୍କ ନେତୃତ୍ୱାଧୀନ ବିସିସିଆଇ କ୍ରିକେଟ୍ କମିଟି (ସିଏସି) ଏହି ନିଯୁକ୍ତି କରିଛି। ମଦନ ଲାଲଙ୍କ ବ୍ୟତୀତ କମିଟିରେ ଆରପି ସିଂହ ଓ ସୁଲକ୍ଷଣା ନାଏକ ଅଛନ୍ତି।

Comments are closed.