Odisha Link
Bridging the Missing Links in Odisha

୨୦୨୧ରେ ୭୨ ଦିନ ଛୁଟି ରହିବ ଡିଗ୍ରୀ କଲେଜ

ଭୁବନେଶ୍ୱର: ୨୦୨୧ ବର୍ଷ ଉଚ୍ଚ ଶିକ୍ଷା ବିଭାଗ ଅଧୀନ ସମସ୍ତ ଡିଗ୍ରୀ କଲେଜ ପାଇଁ ପ୍ରୋଭିଜନାଲ ଛୁଟି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୨୦୨୧ ରେ ମୋଟ ୭୨ ଦିନ ଛୁଟି ରହିଛି। ସେହିପରି ଗ୍ରୀଷ୍ମ ଅବକାଶ ଛୁଟି ମେ’୬ ରୁ ଜୁନ ୧୭ ପର୍ଯ୍ରନ୍ତ ସର୍ବାଧିକ ୩୫ ଦିନ ଦିଆଯାଇଛି।

ପୂଜା ପାଇଁ ଅକ୍ଟୋବର ୧୧ ରୁ ୨୦ ପର୍ଯ୍ୟନ୍ତ ୯ ଦିନ ଛୁଟି ଦର୍ଶାଯାଇଛି। ରବିବାର ଛୁଟି ଗୁଡ଼ିକୁ ଛୁଟି ତାଲିକାରୁ ବାଦ ଦିଆଯାଇଛି। ୭୨ଟି ଛୁଟିକୁ ବାଦ ଦେଇ କଲେଜ ଅଧ୍ୟକ୍ଷକମାନେ ଦୁଇ ଦିନ ସ୍ଥାନୀୟ ଛୁଟି ବା ଲୋକାଲ ହଲି ଡେ ବୋଲି ଘୋଷଣା କରିପାରିବେ। ଏ ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଧଶକଙ୍କୁ ସୂଚିତ କରିବାକୁ ପଡ଼ିବ ବୋଲି ପରର୍ଫମାନ୍ସ ଟ୍ରାକିଂ ସେଲ ଉପନିର୍ଦ୍ଦେଶକ ରାଜେଶ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.