Odisha Link
Bridging the Missing Links in Odisha

ନିଆଁରେ ଜଳିଗଲା ୭ ବଖରା ଘର

ଯାଜପୁର: ନିଆଁ ଲାଗି ଜଳିଗଲା ୭ ବଖରା ଘର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ନିଆଁରେ ଜଳି ପାଉଁଶ ହୋଇଯାଇଛି ଘରର ସମସ୍ତ ଜିନିଷପତ୍ର। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।

ଏହି ଅଗ୍ନିକାଣ୍ଡରେ ଗାଁର ଚନ୍ଦ୍ରମଣି ଜତି, କୃପାସିନ୍ଧୁ ଜତି ଓ ବ୍ରଜମୋହନ ଜତିଙ୍କର ୭ ବଖରା ଘର ପୋଡ଼ି ଯାଇଛି। ନିଆଁ ଲାଗିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକାଳ ବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ିନି।

Comments are closed.