Odisha Link
Bridging the Missing Links in Odisha

ତାମିଲନାଡୁରେ ଜାଲିକାଟ୍ଟୁ ଆୟୋଜନକୁ ମିଳିଲା ଅନୁମତି

ତାମିଲନାଡୁ: ତାମିଲନାଡୁର ସରକାର ଷଣ୍ଢ ସହ ଲଢେଇ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଜାଲିକାଟ୍ଟୁରେ କେବଳ ୩୦୦ ପ୍ରତିଯୋଗୀ ଭାଗ ନେଇ ପାରିବେ। ପ୍ରତ୍ୟେକ ପ୍ରତିଯୋଗୀଙ୍କର କରୋନା ପରୀକ୍ଷା କରାଯିବ ।

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ବାହାରିବ, କେବଳ ସେମାନେ ହିଁ ଏଥିରେ ଭାଗ ନେଇପାରିବେ। ଖୋଲା ପଡିଆରେ ଏହାକୁ ଆୟୋଜନ କରାଯିବ। ଯେତିକି ଦର୍ଶକ ସେଠାରେ ଉପସ୍ଥିତ ରହିବା କଥା, ତାହାର ୫୦% ଲୋକଙ୍କୁ ପ୍ରତିଯୋଗିତା ଦେଖିବା ପାଇଁ ଅନୁମତି ଦିଆଯିବ।

ସମସ୍ତ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ। ସୂଚନାଯୋଗ୍ଯ, ୨୦୧୪ରେ ସୁପ୍ରମିକୋର୍ଟରେ ଏହି ଖେଳକୁ ନେଇ ପେଟା ପକ୍ଷରୁ କେସ ଫାଇଲ ହୋଇଥିଲା। କିନ୍ତୁ ରାଜ୍ଯ ସରକାରଙ୍କ କହିବାନୁଯାୟୀ, ଜଲିକାଟ୍ଟୁ ରାଜ୍ଯର ସଂସ୍କୃତି ଏବଂ ପରିଚୟ। ଖାସ୍ ଏଥିପାଇଁ ୨୦୧୭ରେ ଚେନ୍ନାଇରେ ବଡ ଆନ୍ଦୋଳନ ହୋଇଥିଲା।

Comments are closed.