Odisha Link
Bridging the Missing Links in Odisha

ବର ଗଛରୁ ଖସି ନାବାଳକ ମୃତ

କାଲିମେଳା: ବର ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ଘଟଣାଟି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗି ବାଡା ପଞ୍ଚାୟତର ବେହେରାଗୁଡ଼ା ଗ୍ରାମରେ ଟାରେ ଘଟିଛିଘଟିଛି। ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ବର୍ଷର ପୁଅ ସୁମନ ବେହେରା। ଏହି ଘଟଣାଟି ଆଜି ସକାଳ ୭ ସାତ ଟାରେ ଘଟିଛି।

ସୂଚନା ଅନୁସାରେ, ସୁମନ ନିଜ ସାଙ୍ଗମାନଙ୍କ ସହ ଗାଁ ନିକଟ ଏକ ବର ଗଛ ଉପରେ ଚଢ଼ି ଖେଳୁଥିଲା। ଦୁଇ ଜଣ ସାଙ୍ଗ ଗଛରେ ଚଢ଼ି ଥିବାବେଳେ ସୁମନ ଅସାବଧାନତା ବଶତଃ ତଳକୁ ଖସି ପଡ଼ିଥିଲା। ଘରଲୋକ ଜମିକୁ ଧାନ କାଟିବାକୁ ଚାଲି ଯାଇଥିବାରୁ ସୁମନକୁ ମେଡିକାଲ ଆଣିବାରେ ବିଳମ୍ବ ହୋଇଥିଲା। ପରେ କାଲିମେଳା ମେଡିକାଲକୁ ଦିନ ୧୧ଟାରେ ଆଣିବା ବେଳକୁ ସୁମନର ମୃତ୍ୟୁ ହୋଇ ଯାଇଥିଲା।

 

Comments are closed.