Odisha Link
Bridging the Missing Links in Odisha

ନୂଆବର୍ଷରୁ ସ୍ମାର୍ଟସିଟିରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍

ଭୁବନେଶ୍ୱର: ନୂଆବର୍ଷରୁ ସ୍ମାର୍ଟସିଟିରେ ନୂଆ ଆକ୍ସନ ପ୍ଲାନ୍। ଏଣିକି ମନଇଚ୍ଛା ଖୋଳି ହେବନି ରାସ୍ତାଘାଟ। ରାଜଧାନୀ ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍। ଅନଲାଇନରେ କରିବାକୁ ହେବ ଆବେଦନ। ରାଜଧାନୀର ରାସ୍ତାରେ ଥିବା ଖାଲଖମାକୁ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌। ସବୁ ୱାର୍ଡରେ ଏହି ଟିମ୍‌ ନଜର ରଖିବା ସହ ରାସ୍ତା ସମସ୍ୟା ଥିଲେ ତୁରନ୍ତ ସମାଧାନ କରାଯିବ।

ବିଏମସି, ପୂର୍ତ୍ତବିଭାଗ, ଜଳ ଯୋଗାଣ, ଟେଲିଫୋନ୍ ସେବା, ସ୍ୱରେଜ୍, ବିଦ୍ୟୁତ୍ ଆଦି ବିଭାଗକୁ ନେଇ ମିଳିତ ଭାବେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଯେକୌଣସି ବିଭାଗ ଅଥବା ବ୍ୟକ୍ତି ରାସ୍ତା ଖୋଳିବା କିମ୍ବା ମରାମତି ପାଇଁ ପୋର୍ଟାଲରେ ଆବେଦନ କରିବାକୁ ପଡିବ।

କେଉଁଠି ରାସ୍ତା ଅଧାଗଢା କାମ ସରିବା ପରେ ବି ଅଧାପନ୍ତରିଆ ହୋଇ ପଡିରହୁଛି। ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ମଡେଲ କାର୍ଯ୍ୟକାରୀ ହେଲେ ରାସ୍ତା ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

Comments are closed.