Odisha Link
Bridging the Missing Links in Odisha

ନୂଆ କରୋନା ଷ୍ଟ୍ରେନ୍ ଦ୍ୱିତୀୟ ୱେଭ୍ ନୁହେଁ: RMRC

ଭୁବନେଶ୍ୱର: ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏବେ ପୁଣି କରୋନାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରିଟେନ ଫେରାନ୍ତଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି RMRC ଡାକ୍ତର ଦେବବ୍ରତ ଭଟ୍ଟାଚାର୍ଯ୍ୟ।

ଡାକ୍ତର ଦେବବ୍ରତ ଭଟ୍ଟାଚାର୍ଯ୍ୟଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ, ଭାରତରେ ଦ୍ବିତୀୟ ୱେଭ୍ ଆସିନାହିଁ। ତେଣୁ ଚିନ୍ତା କରିବାର ଆବଶ୍ୟକ ନାହିଁ ବ୍ରିଟେନ ଷ୍ଟ୍ରେନ୍ ଭଳି ବର୍ତ୍ତମାନ ଭାରତରେ କିଛି ନାହିଁ। ଲଣ୍ଡନରୁ ଭୁବନେଶ୍ବର ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ତାହା ବ୍ରିଟେନ ଷ୍ଟ୍ରେନ୍ ବୋଲି ପ୍ରମାଣିତ ହୋଇନାହିଁ।

ସାମ୍ପଲ ଟେଷ୍ଟିଂ ପାଇଁ ICMR ପୁନେକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାପଡିବ। ଲଣ୍ଡନରେ ଆକ୍ରାନ୍ତ ସଂଖ୍ୟା ବଢୁଛି। ହେଲେ ଭାରତରେ କେସ୍ ସଂଖ୍ୟା କମୁଛି। ତେଣୁ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ। କରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ୍ କରିବାକୁ RMRC ଡାକ୍ତର ପରାମର୍ଶ ଦେଇଛନ୍ତି।

Comments are closed.