Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି

ଯଦୁପୁର: ପରୀ ହତ୍ୟା ମାମଲାର ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ସରୋଜକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଇଲା ଏସ୍‌ଆଇଟି। ପୋଖରୀ କୂଳରେ ଘଟଣା ସଂପର୍କରେ ବର୍ଣ୍ଣନା କଲା ସରୋଜ। ସରୋଜକୁ ଘଟଣାସ୍ଥଳରେ ଟିକିନିକି ପଚାରୁଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋ‌ଥ୍ରା। ଏସ୍‌ଆଇଟି ଟିମ୍‌ ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।

ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ , ହତ୍ୟା ପରେ କିପରି ଅଖା ବସ୍ତାରେ ଶବ ପୁରାଇଥିଲା, କିପରି ପୋଖରୀ ପାଖ ବୁଦାରେ ନେଇ ନଡିଆ ବାହୁଙ୍ଗା ସହ ଫିଙ୍ଗିଥିଲା। ପୁରା ଘଟଣାକୁ କିପରି ରଫାଦଫା କରିବାକୁ ଉଦ୍ୟମ କରୁଥିଲା ସେନେଇ ତଦନ୍ତକାରୀ ଦଳ ଆଗରେ ଦେଖାଉଛି ସରୋଜ।

ପରୀ ମାମଲାରେ ପୁଣି ଏକ ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବିଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ବୋଥ୍ରା କହିଛନ୍ତି ।

ଏହାସହ କାହିଁକି ଡଗ ସ୍କ୍ୱାର୍ଡ କିଛି ଜାଣିପାରିଲା ନାହିଁ ପ୍ରଶ୍ନର ଉତ୍ତର ଦେଇ ବୋଥ୍ରା କହିଛନ୍ତି ଯେ, ଡଗ ସ୍କ୍ୱାର୍ଡ ଏସଆଇଟି ବ୍ୟବହାର କରିନାହିଁ। ତେଣୁ ସେ ସମ୍ପର୍କରେ ଆପଣ ପଚରିଲେ ମୁଁ କିଛି କହିପାରିବି ନାହିଁ ବୋଲି ବୋଥ୍ରା କହିଛନ୍ତି।

ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି ଅରୁଣ କହିଛନ୍ତି। ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି। ଘଟଣା ପରେ ଗାମୁଛାକୁ ଅନେକ ଥର ଧୁଆଯାଇଛି। କିନ୍ତୁ ଯେତେଥର ଧୋଇବା ପରେ ବି ରକ୍ତଦାଗ କିଛି ରହିଯାଇଛି। ସେହି ଗାମୁଛାକୁ ଟେଷ୍ଟିଂ ଲ୍ୟାବକୁ ପଠାଯାଇଛି ।ପୋଖରୀରୁ ମିଳିଥିବା ଲେଗିଙ୍ଗସ ମଧ୍ୟ ଟେଷ୍ଟିଂ ଲ୍ୟାବ ପଠାଯାଇଛି।

Comments are closed.