Odisha Link
Bridging the Missing Links in Odisha

ପାଠକ ବାପା ପୁଅଙ୍କ ଜାମିନ୍ ଖାରଜ

ଭୁବନେଶ୍ୱର: ଖାରଜ ହେଲା ପାଠକ ବାପା ଓ ପୁଅଙ୍କ ଜାମିନ ଆବେଦନ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ କଲେ କୋର୍ଟ। ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ।

IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ ପରେ ଠକେଇ ମାମଲାରେ ତଦନ୍ତ କରୁଛି ଭିଜିଲାନ୍ସ। ଏଥିପାଇଁ ୨୦ ଜଣିଆ SIT ଟିମ୍ ଗଠିନ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି SIT ଟିମ୍‌ର ପ୍ରଥମ ବୈଠକ ମଧ୍ୟ ହୋଇଛି। ତଦନ୍ତ କେମିତି ଓ କିପରି ଭାବେ ହେବ ସେ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି।

ସୂଚନା ମୁତାବକ, ଅଭୟକାନ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲି ତାଙ୍କର ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ପୁଅର ଠକେଇ ପଛର ସତ ଜାଣିବା ପାଇଁ ୨ ଦିନିଆ ରିମାଣ୍ଡରେ ନେଇ ଅଭୟଙ୍କୁ ମାରାଥନ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ।

ରିମାଣ୍ଡ ବେଳେ ପୁଅ ଠକେଇର ଗୁମର ଖୋଲିଛନ୍ତି ଅଭୟ। ନିଜେ ଅଭୟ ହିଁଁ ପୁଅ ଆକାଶକୁ ସଜାଇଥିଲେ ଟାଟାର ନକଲି ଏମଡି ଏବଂ ଅଭୟଙ୍କ ଟଙ୍କାରେ ପୁଅ କରୁଥିଲା ଅୟେସ। ଏପରିକି ତାଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ।

Comments are closed.