Odisha Link
Bridging the Missing Links in Odisha

ଚିଟ୍‌ଫଣ୍ଡ ଠକେଇ ମାମଲା: ପୁଣି ଖାରଜ ହେଲା ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଛି। ଜେଲରୁ ମୁକୁଳିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ। ନିଜ ଆବେଦନରେ ସେ ସାତବର୍ଷ ଜେଲରେ ଥିବା ଦର୍ଶାଇ ଥିଲେ ।

ତେବେ ଏକାଧିକ ମାମଲା ଯୋଡି ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ବୋଲି ସେ ଦର୍ଶାଇଥିଲେ। ନଭେମ୍ବର ୨୭ରେ ଶୁଣାଣି ସରିଥିଲା ଓ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ପ୍ରଦୀପଙ୍କ ବିରୁଦ୍ଧରେ ଗୋଟିଏ ମାମଲାରେ ଦଣ୍ଡ ବିଧାନ ହୋଇଛି ଏବଂ ଏକାଧିକ ଅନ୍ୟ ମାମଲାର ବିଚାର ଚାଲିଛି ବୋଲି ରାୟରେ ଦର୍ଶାଇ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ।

ପ୍ରକାଶ ଯେ, ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରଦୀପ ସେଠି। ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି ତାଙ୍କୁ ଗିରଫ କରିଛି। ସେ ଏବେ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ତେବେ ପୂର୍ବରୁ ପ୍ରଦୀପ ସେଠୀ ଥରେ ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି।

ଝାରପଡ଼ା ଜେଲ୍‌ ଟଏଲେଟ୍‌ରେ ଲାଗିଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଟଏଲେଟ୍‌ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପ୍ରଦୀପଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା।

Comments are closed.