Odisha Link
Bridging the Missing Links in Odisha

ବାଇକକୁ ଧକ୍କା ଦେଲା ଟ୍ରକ୍, ୩ ଯୁବକ ମୃତ

ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାଟି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁରାଢମଲ୍ଲ ଛକରେ ଘଟିଛି। ଏକ ଟ୍ରକଟି ବାଇକକୁ ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାଟି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା।

ସୂଚନାନୁସାରେ, ଓଆର୦୭ଭି-୨୬୧୨ ବାଇକରେ ୩ ଯୁବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। କୁରାଢମଲ୍ଲ ଛକ ନିକଟରେ ପଛରୁ ଆସୁଥିବା ଓଡ଼ି୦୨ ଏଏମ୍‌-୪୨୨୩ ନମ୍ବର ବିଶିଷ୍ଟ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ସେମାନଙ୍କ ଘର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

Comments are closed.