Odisha Link
Bridging the Missing Links in Odisha

ସରୋଜର କାରାନାମା ନେଇ ଜାଣିଥିଲେ ପରିବାର ଲୋକେ: ଅରୁଣ ବୋଥ୍ରା

ନୟାଗଡ: ସରୋଜାର କାରାନାମା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ , ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି।

ସରୋଜ ପୋଲିସର ତଦନ୍ତକୁ ପୂରା ଟ୍ରାକିଂ କରୁଥିଲା। ଏମିତି କି ମୋ ସମ୍ପର୍କରେ ଗୁଗୁଲରେ ସେ ବହୁତ ଅନୁସନ୍ଧାନ କରିଥିବା କହିଛନ୍ତି ଅରୁଣ। ଏହାସହ ମୁଁ ତାହା ବିଷୟରେ ଯେତିକି ଜାଣିନାହିଁ ତାହାଠୁ ଅଧିକ ସେ ମୋ ବିଷୟରେ ଜାଣିଛି ବୋଲି କହିଛନ୍ତି ବୋଥ୍ରା।

ଏମିତିକି ଏସଆଇଟି କେମିତି ତଦନ୍ତ କରୁଛି ତାହାକୁ ମଧ୍ୟ ନ୍ୟୁଜରେ ପ୍ରତିଦିନ ସରୋଜ ଦେଖୁଥିବା କଥା କହିଛନ୍ତି ବୋଥ୍ରା। କେବଳ ଏତିକି ନୁହେଁ ବରଂ ରିମାଣ୍ଡ ବେଳେ କେମିତି ସରୋଜର ବ୍ୟବହାର ଥିଲା ସେନେଇ ବି ପ୍ରତିକ୍ରିୟା ରଖିଛନ୍ତି ବୋଥ୍ରା। ସେ କହିଛନ୍ତି ଯେ, କେତେବେଳେ ସରୋଜ ରାଗୁଛି ତ ପୁଣି କେତେବେଳେ ସ୍ୱାଭାବିକ ଭାବରେ କଥା ହେଉଛି ସରୋଜ ବୋଲି ସେ କହିଛନ୍ତି।

Comments are closed.