Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ବର: ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦରେ ରାସ୍ତା ରୋକ କରିଥିଲେ ଜନସାଧାରଣ।

ପ୍ରକାଶ ଯେ, ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ। ଏଥିସହ ଏକ ୱେବ ଚ୍ୟାନେଲର ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା।

ଅନ୍ୟପଟେ ଘଟଣାକୁ ନିନ୍ଦା କରି ଆଜି ଭୁବନେଶ୍ୱରରେ ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣାକୁ ଦୃଢ ନିନ୍ଦା କରିବା ସହ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକ। ଏହାସହ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ବିଲ ପାସ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଆକ୍ରମଣ ଘଟଣାକୁ ନିନ୍ଦା କରି ଏକ ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଛି।

Comments are closed.