Odisha Link
Bridging the Missing Links in Odisha

ରାଜଧାନୀରେ ହେବ ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ। ୬୨ ତମ ବରିଷ୍ଠ ପୋଲିସ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆୟୋଜିତ ହେବ। ଏହା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଚାଲିବ।

୪ ଦିନ ଧରି ଚାଲିବ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ। ତେବେ ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ୪ଦିନ ଧରି ଚାଲିବ। ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍‌ଘାଟନ କରିବେ। ଭିଡିଓ କନ୍‌ଫରେନ୍ସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀ ଯୋଗଦେବ।

ସିଡିଏସ ବିପନ୍ ରାୱତ, ନିର୍ଦ୍ଦେଶକ ଇଣ୍ଟରପୋଲ୍ ସିଙ୍ଗାପୁର ଯୋଗଦେବାର କାର୍ଯ୍ୟକ୍ରମ ରହିଚି। ସମ୍ମିଳନୀରେ ଲ ଆଣ୍ଡ ଅର୍ଡର, ଡ୍ରଗ୍ସ ଟ୍ରାଫିକିଂ, କ୍ୱାଲିଟି ଇନଭେଷ୍ଟିଗେସନ୍ ଓ ରୋଡ ସେଫ୍ଟି ସମ୍ପର୍କରେ ଆଲୋଚନା ହେବ। ଏପରିକି ଅଗ୍ନିଶମ ବିଭାଗ, ଜେଲ ବିଭାଗ, ଭିଜିଲାନ୍ସ, ହୋମଗାର୍ଡ ବିଭାଗ ବିଷୟରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.