Odisha Link
Bridging the Missing Links in Odisha

ରାଜ୍ୟରେ ବ୍ରିଟେନ୍ ଫେରନ୍ତା: ଓଡ଼ିଶାରେ ୪୩, ଭୁବନେଶ୍ୱରକୁ ୨୧

ଭୁବନେଶ୍ୱର: ବ୍ରିଟେନ୍ରୁ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ବ୍ରିଟେନ୍‌ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଇତି ମଧ୍ୟରେ ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ବ୍ରିଟେନରୁ ୪୩ ଜଣ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବରକୁ ସର୍ବାଧିକ ୨୧ ଜଣ ବ୍ରିଟେନରୁ ଫେରିଛନ୍ତି।

୪୩ ଜଣ ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରେ ଭୁବନେଶ୍ୱରକୁ ୨୧ଜଣ ଫେରିଥିବା ବେଳେ, କଟକ ୫, ବ୍ରହ୍ମପୁରରୁ ୩, ନବରଙ୍ଗପୁର ୨, କୋରାପୁଟରୁ ୨, ଜଗତସିଂହପୁରରୁ ୨, ରାଜଗାଙ୍ଗପୁର ଓ ବଲାଙ୍ଗୀର, ନୟାଗଡ଼ରୁ ୨, ଯାଜପୁରରୁ ଜଣେ ରହିଛନ୍ତି। ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଏହି ତାଲିକା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆସିଥିବା ବ୍ରିଟେନ ଫେରନ୍ତା ଓ ତାଙ୍କ ପରିବାର ଲୋକଙ୍କ RT-PCR ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ପାଇଁ ଦିଆଯାଇଛି ନିର୍ଦ୍ଦେଶ।

କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଖାସ୍‌ କରି ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା, ଇଟାଲି, ଡେନମାର୍କୀ , ଅଷ୍ଟ୍ରେଲିଆରେ ଏହି ଭାଇରସ୍‌ ଦେଖାଦେଇଛି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ପଡିଯାଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସାର୍ସ କୋଭ-୨ ଭୟରେ ନମୁନା ସଂଗ୍ରହ, ଏହାର ସଂରକ୍ଷଣ ଓ ଏହାର ଜେନମ ସିକଓନ୍ସିଂର ପରିବହନ ନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରିସାରିଛି। ନୂଆ ଧରଣର ଏହି ଷ୍ଟ୍ରେନ୍‌ ପରୀକ୍ଷା କରିବାକୁ ଭୁବନେଶ୍ୱର ଆଇଏଲ୍‌ଏସକୁ ଚିହ୍ନଟ କରାଯାଇଛି।

Comments are closed.