Odisha Link
Bridging the Missing Links in Odisha

ଉତ୍ତର ଓଡ଼ିଶାରେ ମୃଦୁ ଭୂକମ୍ପର ଝଟକା

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ଭୂକମ୍ପର ଝଟକା। ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଏହାର ପ୍ରଭାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଚଣ୍ଡ ଶବ୍ଦ ଓ ଭୂକମ୍ପର କାରଣ ଜଣାପଡ଼ି ନାହିଁ।

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି। ୧୫ ଦିନ ତଳେ ଏପରି ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହାର ପ୍ରଭାବରେ ନୀଳଗିରି, ବାଲେଶ୍ୱର ଟାଉନ୍‌, ବାରିପଦା ଟାଉନ୍‌ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା। ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡ଼ିନଥିଲା।

Comments are closed.