Odisha Link
Bridging the Missing Links in Odisha

ଜାନୁଆରୀ ୧ରୁ ବାଧ୍ୟତାମୂଳକ ହେବ ଫାଷ୍ ଟାଗ

ନୂଆଦିଲ୍ଲୀ: ନୂଆ ବର୍ଷରୁ ଦେଶର ସମସ୍ତ ଯାନବାହନ ପାଇଁ ଫାଷ୍ ଟାଗ ବାଧ୍ୟତାମୂଳକ ହେବ। ଏନେଇ ଆଜି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗଡକରୀ କହିଛନ୍ତି ଯେ ଫାଷ୍ ଟାଗ ଆସନ୍ତା ବର୍ଷ ଜାନୁୟାରୀ ୧ରୁ କାର୍ଯ୍ୟକାରୀ ହେବ। ଶ୍ରୀ ଗଡକରୀ କହିଛନ୍ତି ଯେ ଫାଷ୍ ଟାଗ ଯୁକ୍ତ ଯାନବାହନର ଡ୍ରାଇଭରମାନଙ୍କ ଏହା ପାଇଁ ଉପଯୋଗୀ କାରଣ ନଗଦ ଦେୟ ପାଇଁ ସେମାନଙ୍କୁ ଟୋଲ ପ୍ଲାଜାରେ ଅଟକିବାକୁ ପଡିବ ନାହିଁ ଏବଂ ଇନ୍ଧନ ଓ ସମୟ ସଞ୍ଚୟ କରାଯାଇପାରିବ।

ପ୍ରକାଶ ଯେ, ୨୦୧୬ରେ ୪ଟି ବ୍ୟାଙ୍କ ଏକ ଲକ୍ଷ ଫାଷ୍ ଟାଗ ଜାରି କରିଥିବା ବେଳେ ୨୦୧୮ରେ ୩୪ ଲକ୍ଷରୁ ଅଧିକ ଫାଷ୍ ଟାଗ ଜାରି କରାଯାଇଥିଲା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଗତ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ପୁରୁଣା ଯାନଗୁଡିକ ପାଇଁ ୨୦୨୧ ଜାନୁଆରୀ ୧ରୁ ଫାଷ୍ ଟାଗ ବାଧ୍ୟତାମୂଳକ କରାଯାଇଥିଲା।

ଏଥିରେ ୨୦୧୭ ଡିସେମ୍ବର ୧ ପୂର୍ବରୁ ବିକ୍ରି ହୋଇଥିବା ଯାନଗୁଡିକ ପାଇଁ ଫାଷ୍ ଟାଗ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଫାଷ୍ ଟାଗର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ବିଭିନ୍ନ ମାଧ୍ୟମ ବ୍ୟବହାର କରୁଛି ଯାହାଦ୍ୱାରା ସମସ୍ତ ଗାଡି ମାଲିକ ଆଗାମୀ ଦୁଇ ମାସରେ ଫାଷ୍ ଟାଗ ସଂଯୁକ୍ତ ହୋଇପାରିବେ।

Comments are closed.