Odisha Link
Bridging the Missing Links in Odisha

ଖାକିରେ ଦାଗ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଷ୍କର୍ମ

ଉତ୍ତରପ୍ରଦେଶ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କଲେ ପୁଲିସ ଅଧିକାରୀ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଅନ୍ତର୍ଗତ ଜଲାଲାବାଦ ଥାନାରେ। ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ପୁଣି ଦୁଷ୍କର୍ମର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ନିଜ ପ୍ରକୋଷ୍ଠରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୀଡ଼ିତା ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ଅବିନାଶ ଚନ୍ଦ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ଏଡିଜି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଜଲାଲାବାଦ ଥାନା ଅଞ୍ଚଳର ୩୫ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଗତ ନଭେମ୍ବର ୩୦ରେ ମଦନପୁର ଯାଉଥିବା ବେଳେ ବାଟରେ ଏକ କାରରେ ଯାଉଥିବା ୫ ଯୁବକ ତାଙ୍କୁ ଜୋର ଜବରଦସ୍ତ ସେଠାରୁ ଉଠାଇ ନେଇ ନିକଟରେ ଥିବା ଏକ କ୍ଷେତରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ସେ ଅଭିଯୋଗ କରିବା ପାଇଁ ଜଲାଲାବାଦ ଥାନାକୁ ଯାଇଥିଲେ। ଥାନାରେ ଉପସ୍ଥିତ ଜଣେ ପୁଲିସ ଅଧିକାରୀ ତାଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ଉକ୍ତ ପ୍ରକୋଷ୍ଠରେ ତାଙ୍କୁ ପୁଣି ଦୁଷ୍କର୍ମ କରିଥିଲେ।

ଏଡିଜି ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଏସଡିପିଓଙ୍କୁ ନିର୍ଦେଶ ଦେଇଛନ୍ତି। ଏସଡିପିଓ ବ୍ରହ୍ମପାଲ ସିଂହ କହିଛନ୍ତି, ସେ ନିଜେ ଏହାର ତଦନ୍ତ କରୁଛନ୍ତି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ, ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.