Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ପୁରୀ: ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ପରେ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରସଶାକ ଥିଲେ ସୁରେଶ।

ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ୧୯୯୬ ନବକଳେବର ସମୟରେ ସେ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥପାତି ହୋଇଥିଲେ। ସେ ସମୟରେ ମେଘନାଦ ପାଟେରୀ ଚାରିପଟୁ ବେଆଇନ ଜବରଦଖଲକୁ ହଟାଇ ଚର୍ଚ୍ଚାକୁ ଆସିଥିଲେ। ପୁରୀ ବାସିନ୍ଦା ନ ହେଲେ ବି ପୁରୀ ସହ ତାଙ୍କର ରହିଛି ଭାବାବେଗର ସମ୍ପର୍କ। ଏବେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

Comments are closed.