Odisha Link
Bridging the Missing Links in Odisha

ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ପୁଣି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ। ରାୟଗଡା ଡିଭିଜନ-୨ର ଗୁଣୁପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଉଦ୍ଧବ ପାଢୀ ବନ୍ଧା ହୋଇଛନ୍ତି।

ଗତକାଲି ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ପତ୍ନୀଙ୍କ ନାଁରେ ୨୧ଟି ପ୍ଲଟ ସମେତ ୨୮ଟି ପ୍ଲଟ୍ ଓ ଦେଢ କୋଟିର ସମ୍ପତ୍ତି ଠାବ ହୋଇଥିଲା। ସେହିପରି ପୁଅ ନାଁରେ ୪୫ ଲକ୍ଷର କ୍ରସର ସମେତ ୭ ଶହ ଗ୍ରାମର ସୁନା ଗହଣା ଜବତ ହୋଇଥିଲା। ଏନେଇ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ ହେବା ସହ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.