Odisha Link
Bridging the Missing Links in Odisha

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଚଳିତ ବର୍ଷ କରୋନା କଟକଣା ପାଇଁ ବଡ଼ଦିନ ଉତ୍ସବ ଫିକା ପଡିଛି। ଚର୍ଚ୍ଚରେ ନାହିଁ ଆଗ ପରି ଭିଡ଼। କରୋନା କଟକଣା ମଧ୍ୟରେ ସିମୀତ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାମ୍ବଲମ୍ବୀ ମାନେପାଳନ କରୁଛନ୍ତି ଖ୍ରୀଷ୍ଟମାସ୍।

ଏହି ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ସହ ଏହିପର୍ବ ସମସ୍ତଙ୍କୁ ସୁଖ ଏବଂ ଆନନ୍ଦ ଦେଉ ବୋଲି କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଏହି ଖୁସିର ପର୍ବରେ ଆପଣ ଜୀବନରେ ସୁଖ ଓ ଶାନ୍ତି ଭରିଯାଉ। ଏଥିସହିତ ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ରାଜ୍ୟରେ କୋଭିଡ ପରିସ୍ଥିତିରେ ଅନେକ ପରିମାଣରେ ଉନ୍ନତି ଆସିଲେ ମଧ୍ୟ ସତର୍କ ନ ରହିଲେ ବିପଦ ବଢ଼ିବାର ଆଶଙ୍କା ରହିଛି। ତେଣୁ କୋଭିଡ ନିୟମାବଳୀ ଅନୁପାଳନ ସହିତ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Comments are closed.