Odisha Link
Bridging the Missing Links in Odisha

ବାପା ଓ ମାଆଙ୍କୁ ନୃଶଂସ ଭାବେ ହତ୍ୟା କଲା ପୁଅ

ଭୁବନେଶ୍ବର: ବାପା ଓ ମାଆଙ୍କୁ ଶିଳରେ ଛେଚି ମାରିଲା ପୁଅ। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ। ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଅଭିଯୁକ୍ତ ପୁଅ ଜୟସିଂ ସିଂକୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ଡିଏସ୍‌ପି ଅସୀମ ପଣ୍ଡା।

ପ୍ରକାଶ ଯେ, ଗତ ଦୁଇ ଦିନ ହେଲା ଜମି ଜମା ଓ ଟଙ୍କା ପଇସାକୁ ନେଇ ଜୟସିଂ ସିଂଙ୍କ ସହ ବାପା ମନବୋଧ ସିଂ ଓ ମାଆ ଲେଲାବତୀ ସିଂଙ୍କର ଗଣ୍ଡଗୋଳ ଲାଗି ରହିଥିଲା। ଆଜି ପୂର୍ବାହ୍ନରେ ଜୟସିଂ ଘରକୁ ଫେରି ବାପା-ମାଆଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହାକୁ ମନବୋଧ ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ। ଯାହାକୁ ନେଇ ଜୟସିଂ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ପରେ ଏକ ଶିଳପୁଆରେ ବାପା ଓ ମାଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

Comments are closed.