Odisha Link
Bridging the Missing Links in Odisha

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠୀଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି। ଅସୀତ ତ୍ରୀପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ମୁଖ୍ୟ ଉନ୍ନୟନ କମିଶନର ଦାୟିତ୍ବ ମିଳିଛି ସୁରେଶ ମହାପାତ୍ରଙ୍କୁ।

ସେହିପରି ଅସିତ ତ୍ରିପାଠୀ ଆଜି ଠାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା ଦାୟିତ୍ବ ମଧ୍ୟ ତୁଲାଇବେ ଅସିତ ତ୍ରିପାଠୀ। ଏଥିସହ କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁକ ଉପଦେ‌ଷ୍ଯା ଦାୟିତ୍ବ ମଧ୍ୟ ତୁଲାଇବେ ଅସିତ ତ୍ରିପାଠୀ। ଅନ୍ୟପଟେ ପ୍ରଦୀପ ଜେନାଙ୍କୁ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.