Odisha Link
Bridging the Missing Links in Odisha

ବ୍ରିଟେନ ଫେରାନ୍ତା ଶିଶୁ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନରୁ ଓଡ଼ିଶା ଫେରିଥିବା ୪୩ଜଣ ଯାତ୍ରୀଙ୍କ ବିବରଣୀ ଗତକାଲି ଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ବିଭାଗ ପକ୍ଷରୁ ଦିଆଯାଇଥିବା ବିବରଣୀରେ ୪୩ଜଣଙ୍କ ମଧ୍ୟରୁ ଭୁବନେଶ୍ବରରୁ ୨୧ଜଣ ଯାତ୍ରୀ ରହିଥିଲେ।

ଏ‌ବେ ୨୧ଜଣଙ୍କ ମଧ୍ୟରୁ ଜଣେ ୪ବର୍ଷୀୟ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଶିଶୁକନ୍ୟାର ମାତା-ପିତାଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ପରିବାର ଭୁବନେଶ୍ବରର ଦକ୍ଷିଣ-ପୂର୍ବ ଜୋନ‌ରେ ରହୁଥିବା ଜଣା ପଡ଼ିଛି।

ପ୍ରକାଶ ଯେ, ୪୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହିଳା ରହିଥିଲେ। ଅନ୍ୟପକ୍ଷରେ ବ୍ରିଟେନରୁ ସର୍ବାଧିକ ୨୧ଜଣ ଭୁବନେଶ୍ବର ଆସିଥିବା ସ୍ବାସ୍ଥ୍ୟ ବିଭାଗ ଜଣାଇଥିଲେ। ସେହିପରି ଖୋର୍ଦ୍ଧା-୨, କଟକ-୫, କୋରାପୁଟ-୩, ବ୍ରହ୍ମପୁର-୩, ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଥିଲେ।

ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ ୭୦ପ୍ରତିଶତ ସଂକ୍ରାମକ ଥିବାରୁ ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହା ସହ ଭୁବନେଶ୍ବରରେ ଥିବା ଡିବିଟି-ଇନଷ୍ଟିଚ୍ୟୁଟ ଅଫ ଲାଇଫସାଇନ୍ସକୁ ଜେନୋମ ସିକ୍ୟୁଏନସିଂ ପାଇଁ ବଛାଯାଇଥିବା ନେଇ ସୂଚନା ଦେଇଥିଲା ସ୍ବାସ୍ଥ୍ୟ ବିଭାଗ।

Comments are closed.