Odisha Link
Bridging the Missing Links in Odisha

ଘରେ ନିଆଁ ଲାଗି, ୪ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶ:  ଆଜି ସକାଳେ ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ମୃତକ ହେଲେ ମୁରବୀ କଲ୍ଲୁଙ୍କ ପତ୍ନୀ ସଙ୍ଗୀତା ,୨ ଝିଅ ଓ ଗୋଟିଏ ପୁଅ । ନିଆଁ ଲାଗିବାର କରାଣ ଜଣାପଡ଼ିନାହିଁ। ତେବେ ଘର ଠାରୁ କିଛି ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଘରେ କୁଟା ଏବଂ କାଠ ଭର୍ତ୍ତି ହୋଇଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଏତେ ଜଳଦି ନିଆଁ ବ୍ୟାପିଯାଇଥିଲା ଯେ ଘରୁ କେହି ବାହାରି ପାରି ନ ଥିଲେ। ଗାଁ ଲୋକ ଜାଣିବା ପରେ ହୋହଲ୍ଲା କରିଥିଲେ, କିନ୍ତୁ କେହି ଭିତରକୁ ଯିବାକୁ ସାହସ କରି ନ ଥିଲେ। ସକାଳ ପ୍ରାୟ ସାଢ଼େ ୮ଟାରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ ଘରର ମୁରବୀ କଲ୍ଲୁ ରାଜସ୍ଥାନର ଜୟପୁରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କ ୩୫ ବର୍ଷୀୟା ପତ୍ନୀ ସଙ୍ଗୀତା, ୨ ଝିଅ ଓ ଗୋଟିଏ ପୁଅ ସହିତ ଘରେ ରୁହନ୍ତି।

ଭୋର ପ୍ରାୟ ସାଢ଼େ ୪ଟାରେ ତାଙ୍କ ଘର ହୁତୁ ହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ପାଟି କରିଥିଲେ। ସେମାନେ ନିଆଁ ଲିଭାଇବା ପରେ ଘର କବାଟ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

Comments are closed.