Odisha Link
Bridging the Missing Links in Odisha

ମା’ ଆଗେଇଲେ ଦେଶ ଆଗେଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ବେଳେ ଜାତୀୟ ଦଳ ବଡ ବଡ କଥା କୁହନ୍ତି ମାତ୍ର ବିଜେଡି ତାହାକୁ କାମରେ କରିଦେଖାଏ ।

ନବୀନ କହିଛନ୍ତି ଯେ, ‘ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ। ମହିଳାଙ୍କୁ ହକ୍‌ ମିଳିବା ଦରକାର । ମହିଳା ସଶକ୍ତିକରଣକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ମା’-ଭଉଣୀ ଆଗକୁ ଆସିଲେ ରାଜ୍ୟର ବିକାଶ ନିଶ୍ଚିତ ହେବ ।’

୧୯୯୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲା ବିଜେଡି । ଏନେଇ ୧୦ଟା ୩୦ରେ ବିଜେଡି ମୁଖ୍ୟାଳୟରେ ସମାବେଶ ଆରମ୍ଭ ହୋଇଛି । କୋଭିଡ ନିୟମ ମାନି ପାଳନ ହେଉଛି ଏହି ସମାବେଶ ।

ଏଥିରେ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି । ଭର୍ଚୁଆଲରେ ମିଟିଂରେ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

Comments are closed.