Odisha Link
Bridging the Missing Links in Odisha

ଆଜିଠୁ ପୁରୀବାସୀଙ୍କ ପାଇଁ ଜଗା ଦର୍ଶନ

ପୁରୀ : କରୋନା କଟକଣା ପାଇଁ ସମସ୍ତ ସ୍ଥାନ ଧର୍ମନୁଷ୍ଠାନ ବନ୍ଦ କରାଯାଇଥିଲା। ଅନେକ ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ। ତେବେ ତାହାର ଅନ୍ତ ଘଟିଛି। ଆଜି ଠାର ପୁୁରୀବାସୀଙ୍କ ଜଗା ଦର୍ଶନ ଆରମ୍ଭ ହୋଇଛି।

ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ଠାକୁରଙ୍କୁ ଦର୍ଶନ କରିଥିଲେ। ଆଜି ଠାରୁ ପୁରୀବାସୀ ଏହି ସୁଯୋଗ ପାଇଛନ୍ତି। କୋଭିଡ ନିୟମ ମାନି ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ଆସନ୍ତା ୩୧ ଯାଏଁ ପୁରୀ ସହରବାସୀଙ୍କ ଲାଗି ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା ହୋଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୫ ସେକ୍ସନ ପୁଲିସ ଫୋର୍ସ, ୨ ଅତିରିକ୍ତ ଏସପି, ୬ ଡିସିପି, ୯ ଇନ୍ସପେକ୍ଟର, ୩୫ ଏସାଇ, ୪୦ ହୋମଗାର୍ଡ ନିୟୋଜନ କରାଯାଇଛି। ଏହି ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏସପି କନ୍ଵାୱର୍ ବିଶାଳ ସିଂହ ସୂଚନା ଦେଇଛନ୍ତି।

Comments are closed.