Odisha Link
Bridging the Missing Links in Odisha

୬ ମାସରେ କବିତା ବହିର ଦ୍ବିତୀୟ ସଂସ୍କରଣ, ସମ୍ମାନିତ ହେବେ କଳ୍ପାଶା ଅଙ୍କିତା ଶ’

ଭୁବନେଶ୍ବର: ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି, ସମାଜସେବୀ ଓ ମଡେଲ କଳ୍ପାଶା ଅଙ୍କିତା ଶ’ଙ୍କ ଇଂରାଜୀ କବିତା ପୁସ୍ତକ “ଏ ଲଷ୍ଟ୍‌ ହେଭେନ୍” ବ୍ୟାପକ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ମାତ୍ର ୬ ମାସ ମଧ୍ୟରେ ବହିର ପ୍ରଥମ ସଂସ୍କରଣ ବିକ୍ରି ଶେଷ ହୋଇଥିବା ବେଳେ ନିକଟରେ ଦ୍ବିତୀୟ ସଂସ୍କରଣ ପ୍ରକାଶ ପାଇଛି ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଏଥି ଲାଗି କଳ୍ପାଶାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନ ଧରି ଭୁବନେଶ୍ବର ତଥା କୋରାପୁଟରେ ହେବାକୁ ଥିବା ୩ୟ କୋରାପୁଟ ସାହିତ୍ୟ ଉତ୍ସବରେ କଳ୍ପାଶାଙ୍କ କବିତା ବହିର ଦ୍ବିତୀୟ ସଂସ୍କରଣ ଉନ୍ମୋଚିତ ହେବ। ଏ ଅବସରରେ ଲେଖିକାଙ୍କୁ “ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ସମ୍ମାନ ୨୦୨୦” ପ୍ରଦାନ କରାଯିବ। ଡିସେମ୍ବର ୨୯ ତାରିଖ ପୂର୍ବାହ୍ଣରେ ଭୁବନେଶ୍ବର ସ୍ଥିତ ହୋଟେଲ ନ୍ୟୁ ମାରିଅନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭାରେ ଏହି ସମ୍ମାନ ପ୍ରଦାନ କରାଯିବ।

ଜଣେ ମଡେଲ ଓ ସମାଜସେବୀ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ବାଲେଶ୍ବରର କଳ୍ପାଶା ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିଜର ସୃଜନ ଦକ୍ଷତା ପ୍ରତିପାଦିତ କରିଛନ୍ତି। “ଏ ଲଷ୍ଟ୍‌ ହେଭେନ୍” ତାଙ୍କର ପ୍ରଥମ କବିତା ପୁସ୍ତକ ହୋଇଥିବା ବେଳେ ଖୁଉବ୍‌ ଶୀଘ୍ର ତାଙ୍କର ଏକ ଓଡ଼ିଆ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇବ ବୋଲି ପେନ୍‌ ଇନ୍‌ ବୁକ୍ସ କର୍ତୃପକ୍ଷ ଜଣାଇଛନ୍ତି।

କଳ୍ପାଶାଙ୍କ କବିତା ବହି କିଣିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ

Comments are closed.