Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହି ମୃତ

ଚାନ୍ଦବାଲି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଘଟିଛି। ଦୁର୍ଘଟଣାରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନା ଅନୁସାରେ, ଏକ ହାଇଓ୍ୱା ଟ୍ରକ ମୋଟର ସାଇକେଲ୍‌କୁ ଜୋରଧାର ଧକ୍କା ଦେଇଥିଲା। ଯାହାଫଳରେ କି ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ମୃତକ ଘଣ୍ଟେଶ୍ୱର ଗୋପିନାଥପୁର ପଞ୍ଚାୟତ କେଶରପୁର ଗାଁର ବୋଲି ଜଣାପଡିଛି । ମୃତକ ଘଣ୍ଟେଶ୍ୱରରୁ ଧାମରା ଯାଉଥିଲେ । ସେ ଧାମରା ଅଞ୍ଚଳରେ ଜଣେ ପିକ୍‌ଅପ୍‌ ଡ୍ରାଇଭର ଭାବେ କାମ କରୁଥିବାର ସୂଚନା ମିଳିଛି ।

Comments are closed.