Odisha Link
Bridging the Missing Links in Odisha

ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ। ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି । ବିଜେଡି ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ସଭାର ଅନୁଷ୍ଠିତ ହୋଇଛି।  ଭିଡିଓ କନଫରେନସିଂରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।

ନବୀନ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଆପଣଙ୍କ ଅକୁଣ୍ଠ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ ବିଜେଡି ଲୋକଙ୍କ ଦଳ ସାଜିଛି। ଏହି ସଂପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡିଶା ଗଠନ ଦିଗରେ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେଡି କାର୍ଯ୍ୟକାରିଣୀରେ ଦଳୀୟ ସଦସ୍ୟଙ୍କଠାରୁ ଦୁଇଟି ପ୍ରସ୍ତାବ ମାଗିଥିଲେ ନବୀନ । ଗୋଟାଏ ଦଳ ପାଇଁ,  ଅନ୍ୟଟି ସରକାରଙ୍କ ପାଇଁ । ଏପରି କରି କର୍ମୀ ଓ ସେମାନଙ୍କ ମତକୁ ସମ୍ମାନ ଜଣାଇ ଗଣତାନ୍ତ୍ରରେ ଅନନ୍ୟ ପରମ୍ପରା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଏହି ଅବସରରେ ଶ୍ରେଷ୍ଠ ଓଡ଼ିଶା ଗଠନ କରିବା ଲାଗି ଆହ୍ବାନ ଦେଇଛନ୍ତି। ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଲୋକଙ୍କ ଦଳ ସାଜିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହି ସଂପର୍କ ଅତୁଟ ରଖିବା ଲାଗି ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

 

Comments are closed.