Odisha Link
Bridging the Missing Links in Odisha

ଦେଶରେ ୨୨ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦେଶରେ ୨୪ ଘଣ୍ଟାରେ ୨୨ ହଜାର ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮କୁ ବୃଦ୍ଧି ପାଇଛି। କରୋନା ଆକ୍ରାନ୍ତରେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩କୁ ବୃଦ୍ଧି ପାଇଛି ।

ଦେଶରେ ମୋଟ ଆକ୍ଟିଭ କେସ ୨ ଲକ୍ଷ ୮୧ ହଜାର ୬୬୭ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୪୦ ହଜାର ୧୦୮ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Comments are closed.