Odisha Link
Bridging the Missing Links in Odisha

୩୨୭ କେଜି ଗଞ୍ଜ‌େଇ ଜବତ, ୩ ଗିରଫ

ଜୟପୁର: ଜୟପୁର ସଦର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୩୨୪ କେଜି ଗଞ୍ଜେଇ ଚୋରା ଚାଲାଣ ସମସୟରେ ପୁଲିସ ଏହାକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ୫୮ କମାର ଗାଁର ରାମ ସିଂହଙ୍କ ପୁଅ ମହିପାଲ ସିଂହ(୩୫), ହରିୟାଣା ରାଜ୍ୟ ପାଲୱାଲ ଜିଲ୍ଲା ଡିବି-୪୪୬ ବସନ୍ତ ବିହାର ଅଞ୍ଚଳର ବିଜୟ ସିଂହଙ୍କ ପୁଅ ପପୁ ସିଂହ(୪୫) ଓ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନ୍ତା ଅନ୍ତର୍ଗତ ଲାଇଖନ ପାଙ୍ଗିଙ୍କ ପୁଅ ଶ୍ୟାମ ପାଙ୍ଗି(୨୪)। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବc

ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ଏକଟା ୩୯ ବେଳକୁ ସଦର ଓଆଇସି ଆଦିତ୍ୟ ମହାକୂରଙ୍କୁ ଗଞ୍ଜ‌େଇ ଠୁଳ ହୋଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଥିଲା। ଜୟପୁର ଉପକଣ୍ଠ ଡିମଳାର ଏକ ଜଙ୍ଘଲିଆ ଅଞ୍ଚଳରେ ଗଞ୍ଜ‌େଇ ଠୁଳ ହୋଇଥିବା ଖବର ପାଇ ସେଠାକୁ ଏସଆଇ ପି.କେ ମହାନ୍ତିଙ୍କ ସହ ଅନ୍ୟ ଷ୍ଟାଫଙ୍କ ସହ ସେ ଯାଇ ପହଞ୍ଚିବା ବେଳେ ନମ୍ବରବିହୀନ ବୋଲେରୋରୁ ଗଞ୍ଜେଇ ଆଇଚର ଭ୍ୟାନ(ଓଡି-୧୦-କ୍ୟୁ-୫୭୬୮)ର ଡାଲାରେ ଲୋଡ ହେଉଥିଲା।

ଏହି ସମୟରେ ଗଞ୍ଜ‌େଇକୁ ଜବତ କରିବା ସହ ଉପସ୍ଥିତ ରହିଥିବା ତିନିଜଣଙ୍କୁ ଗିରଫ କରାଯାଇଛି। ତେବେ ଏହିଠାରୁ ୪ରୁ ଅଧିକ ଗଞ୍ଜେଇ ପୁଲିସ ହାତରୁ ଚମ୍ପଟ ମାରିଥିବା ଜଣାପଡିଛି। ଆଇଚର ଭ୍ୟାନରେ ଲାଗିଥିବା ନମ୍ବର ଆଉ ଏକ ଗାଡିର। ଏହି ଗାଡିଟି କୋରାପୁଟର ବିଶ୍ବଜିତ ପରିଡା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଥିବାବେଳେ ଗାଡିଟି ଟାଟା ଯୋଦ୍ଧା ୧୭୦୦ ପିକ୍‌ଅପ୍‌ ବୋଲି ଜଣାପଡିଛି।

ତେବେ ବୋଲ‌େରୋ ମାଲିକ ଶ୍ୟାମ ପାଙ୍ଗିଙ୍କୁ ଗିରଫ କରାଯାଇଥିବାବେଳେ ହୋଣ୍ଡା ସାଇନର ମାଲିକ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ଜବତ ହୋଇଥିବା ବୋଲେରୋର କୌଣସି ସିଟ ନ ଥିଲା। ଏହି ସିଟ ବଳରେ ଅତି ସର୍ନ୍ତପଣରେ ବକ୍ସ କରାଯାଇ ଗଞ୍ଜେଇ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା।

ଏହାସହ ଜବତ ହୋଇଥିବା ଆଇଚରରେ ମହିପାଲ ଓ ପପୁ ରହିଥିବାବେଳେ ଖାଲି ଡାଲାର ତଳେ ବକ୍ସ କରାଯାଇ ଗଞ୍ଜ‌େଇ ଚାଲାଣ ହେଉଥିବା ପୁଲିସ ଦେଖିବାକୁ ପାଇଥିଲା। ଏନେଇ ମାଜି‌ଷ୍ଟ୍ର‌େଟଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ ହୋଇଥିଲା। ପୁଲିସ ୨୫୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.