Odisha Link
Bridging the Missing Links in Odisha

ମହିଳା ହକି ଖେଳାଳି ନମିତା ଟୋପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ମହିଳା ହକି ଖେଳାଳି ନମିତା ଟୋପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଭାରୋତ୍ତଳକ ସ୍ନେହା ସୋରେନ୍‌ ଏବଂ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି।

ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।ସେହିପରି ଦୁଇ ଉଦୀୟମାନ ପ୍ରତିଭା ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ ଖେଳାଳୀ ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ୫୦ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।

Comments are closed.