Odisha Link
Bridging the Missing Links in Odisha

ନିଜ ବେକକୁ କାଟି ଜେଲରେ‌ ଆତ୍ମହତ୍ୟା କଲେ କଏଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସଦର ମହକୁମା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଏଦି ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା କରିଛି।

ମୃତକ ଜଣକ ହେଲେ ଦାନୁ ଗୋଲୋରୀ। ତାଙ୍କ ଘର ହେଲା ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡାରେ। ଜେଲ୍‌ କତ୍ତୃପକ୍ଷ ସୂଚନା ଦେଇଛନ୍ତି, ଦାନୁ ଏହି ଘଟଣାଟି ଗତ କାଲିରେ ଘଟାଇଥିଲେ। ମାଲକାନଗିରି ପୁଲିସ ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.