Odisha Link
Bridging the Missing Links in Odisha

ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ : ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ ନେଇ ଚିନ୍ତା ନକରିବାକୁ ଡାକ୍ତର ସୁପରଷ୍ଟାର ରଜନୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି।ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି।

ଶୁକ୍ରବାର ସକାଳେ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା।

ସେବେଠାରୁ ସେ ଏକାନ୍ତବାସରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। କୋଭିଡ୍‌-୧୯ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ବି ତାଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.