Odisha Link
Bridging the Missing Links in Odisha

ମାଲକାନଗିରିରୁ ସେକ୍ସ ରାକେଟ୍ ଠାବ, ୨ ମହିଳା ସମେତ ୬ ଜଣ ଗିରଫ

ମାଲକାନଗିରି: ରାଜ୍ୟରେ ଲମ୍ବି ଚାଲିଛି ସେକ୍ସ ର‍୍ୟାକେଟ୍‌ ଚେର। ଶନିବାର ଦିନ ମାଲକାନଗିରି ଜିଲ୍ଲାରେ ଧରା ପଡିଛି ଏକ ସେକ୍ସ ର‌୍ୟାକେଟ। ଏହି କାରବାରରେ ଲିପ୍ତ ଥିବା ଦୁଇ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଏଥିସହ ମୁମୂର୍ଷୁ ଅବସ୍ଥାରେ ସମ୍ବଲପୁର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୁଲିସ୍।

ର‌୍ୟାକେଟ୍‌ ନିକଟରୁ ବହୁ ଔଷଧ, ଆପତ୍ତିଜନକ ଜିନିଷ, ନଗଦ ୩ ହଜାର ୫୪୦ଟଙ୍କା ଏବଂ ୩ଟି ମୋଟର ସାଇକେଲ ଜବତ କରାଯାଇଛି। ସନ୍ଧ୍ୟାରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସ୍‌ଡିପିଓ ବିଳାଶ।

ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ଦୁଇଜଣ ମହିଳା ସମ୍ବଲପୁରର ଜଣେ ନାବାଳିକାକୁ ଏଠାକୁ ଆଣିଥିଲେ। ଦରିଗୁଡା ଏମପିଭି-୧ ଗାଁ ନିକଟରେ ସେକ୍ସ କାମରେ ଲଗାଇଥିଲେ। ଏ ସଂପର୍କରେ ସେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଢାଯାଇ ସେଠାରେ ଚଢଉ କରାଯାଇଥିଲା। ଚଢଉ ବେଲେ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ସେଠାରୁ ଦୁଇଜଣ ମହିଳାଙ୍କ ସହ ୨ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ କିଛି ଅଧିକ ସୂଚନା ପାଇ ଟେକ୍‌ବାଡି,ମଲ୍ଲିକେଶ୍ୱର କଲୋନିରେ ଚଢଉ କରାଯାଇଥିଲା। ସେଠାରୁ ଆଉ ୪ ଜଣଙ୍କୁ ଗିରଫ କରାଯାଇଥିଲା।

Comments are closed.