Odisha Link
Bridging the Missing Links in Odisha

ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ। ସିବିଆଇ ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ନରସିଂହ ମିଶ୍ର। ଆଜି କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ସିବିଆଇର ନିଷ୍କ୍ରିୟତା ବିରୋଧରେ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଥିଲା।

ଏକ ଖୋଲା ଜିପରେ ନରସିଂହ ମିଶ୍ରଙ୍କ ସମେତ ବହୁ ନେତା ଉକ୍ତ ରାଲିରେ ସାମିଲ ହୋଇଥିଲେ। ଉକ୍ତ ଜିପରେ ନରସିଂହ ମିଶ୍ର ଭାଷଣ ଦେଉଥିବା ବେଳେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ। ଭାଷଣ ଦେଇ ସାରିଲା ପରେ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ସମ୍ପୂର୍ଣ୍ଣ ଠିକ ତଥା ସୁସ୍ଥ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ନରସିଂହ ମିଶ୍ର ଜଣେ ଉଚ୍ଚ ମଧୁମେହ ରୋଗୀ। ଦୀର୍ଘ ଯାତ୍ରା କରି ସେ ଆଜି ବଲାଙ୍ଗିରରୁ ଆସିଥିଲେ। ଦୀର୍ଘ ଯାତ୍ରା ଜନିତ କ୍ଲାନ୍ତି ଯୋଗୁଁ ଏମିତି ହୋଇଥାଇପାରେ। ସେ ହସ୍ପିଟାଲରେ ଅଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments are closed.