Odisha Link
Bridging the Missing Links in Odisha

ରାଜଧାନୀରେ ଜିରୋ ନାଇଟ୍ ପାଳନ ଉପରେ ରୋକ୍

ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟ୍‌ ପାଳନ ଉପରେ ରୋକ। କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଭୁବନେଶ୍ୱରରେ ଜିରୋ ନାଇଟ ପାଳନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି। ଜିରୋ ନାଇଟ ପାଳନ ଉପରେ କଟକଣା ନେଇ ବିଏମସି କମିଶନରଙ୍କ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି।

ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜିରୋ ନାଇଟ ପାଳନକୁ ବନ୍ଦ କରାଯାଇଛି। ହୋଟେଲ, କ୍ଲବ, କନଭେନସନ ହଲ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଇଟ ପାଳନ କରାଯାଇ ପାରିବ ନାହିଁ। ଅନ୍ୟ କୌଣସି ଜାଗାରେ ଅଧିକ ଲୋକଙ୍କ ସମାଗମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଘରେ ପରିବାର ସହ ନୂଆ ବର୍ଷ ପାଳନ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି।

Comments are closed.