Odisha Link
Bridging the Missing Links in Odisha

ଟ୍ବିନ୍‌ ସିଟିରେ ୧୪୪ ଧାରା

ଭୁବନେଶ‌୍ବର: ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲାଗୁ କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏଥିସହିତ ଜିରୋନାଇଟ ଭିଡ଼ ଏଡାଇବା ପାଇଁ ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରିଛଇି କମିଶନରେଟ‌୍‌ ପୁଲିସ୍। ଆଜି ରାତି ୯ଟାରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଡାକ୍ତରୀ ସେବା ଏବଂ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ରାତି ୯ଟା ସୁଦ୍ଧା ବନ୍ଦ ହେବ। ହୋଟେଲଗୁଡିକ ମଧ୍ୟ ବନ୍ଦ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏପରିକି ଟୁଇନସିଟିରେ ଭୋଜି ଭାତକୁ ମଧ୍ୟ ବାରଣ ହୋଇଛି। ଆପର୍ଟମେଣ୍ଟ ଏବଂ ରସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା ହୋଇଛି। ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋଭ ଭିଡ ଜମାଇ ପାରିବେ ନାହିଁ। ଯେଉଁମାନେ କଟକଣା ମାନିବେ ନାହିଁ ସେମାନଙ୍କ ନୂଆବର୍ଷ ଥାନାରେ କଟିବ ବୋଲି କଡା ଭାଷାରେ ସିପି କହିଛନ୍ତି।

Comments are closed.