Odisha Link
Bridging the Missing Links in Odisha

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର। ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ପାଇଛନ୍ତି। ସମର୍ଥ ବର୍ମା ଏବେ କେନ୍ଦ୍ରାପଡା ଜିଲ୍ଲାପାଳ ଅଛନ୍ତି।

ଅନପଟେ ବରିଷ୍ଠ ଆଇଏଏସ ପାରୁଲ ପଟୱାରୀ ହେଲେ ପୂର୍ତ ବିଭାଗର ଉପସଚିବ। କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଅମ୍ରିତ ରୁତୁରାଜ। ଆଇଏଏଲ ବିଶାଳ ସିଂଙ୍କୁ ପିଡି, ଯାଜପୁର ଡିଆରଡିଏ ଦାୟିତ୍ୱ ମିଳିଛି।ଆଇଏଏସ ପ୍ରମୋଦ ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ରାୟଗଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଆଇଏଏସ ସରୋଜ ମିଶ୍ର।

Comments are closed.