Odisha Link
Bridging the Missing Links in Odisha

ସମ୍‌ର ସଫଳ ଚିକିତ୍ସା: ମହିଳାଙ୍କ ପେଟରୁ ବାହାର କଲେ ୧୦ କେଜିର ଟ୍ୟୁମର

ଭୁବନେଶ୍ବର: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର। ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ତଳି ପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର ବାହାର କରିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ।

ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ବେଳେ ସଂପୃକ୍ତ ମହିଳାଙ୍କ ପେଟରୁ ଟ୍ୟୁମର ବାହାରିଥିଲା। ରଟ୍ରୋପେରିଟୋନିଆଲ ଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପୀଡିତ ଥିବା ଜଣାପଡ଼ଥିଲା। ମାତ୍ର ଏହି କର୍କଟ ରୋଗରେ କମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ବାରା ସୁଫଳ ମିଳି ନଥାଏ।

ଅପରେସନ୍ ହିଁ ଏହି ରୋଗର ଚିକିତ୍ସାର ଏକମାତ୍ର ଉପାୟ ବୋଲି ଚିକିତ୍ସା କରିଥିବା ସର୍ଜନ କହିଛନ୍ତି। ଶ୍ରୀମତୀ ଦାନୀ ଗତ ଡିସେମ୍ବର ୨୧ ତାରିଖ ଦିନ ସମ୍ ହସ୍ପିଟାଲର ସର୍ଜରୀ ବିଭାଗ ପ୍ରଫେସର ପ୍ରକାଶ କୁମାର ସାହୁଙ୍କ ଅଧିନରେ ଆଡମିଶନ୍ ନେଇଥିଲେ। ତାଙ୍କର ସିଟି ସ୍କାନ୍ କରାଯିବା ପରେ ତାଙ୍କ ତଳି ପେଟରେ ଏକ ବଡ଼ ଟ୍ୟୁମର ରହିଥିବା ଜଣାପଡିଥିଲା। ଯାହାକି କିଡ୍‌ନୀ, ୟୁଟ୍ରେସ୍ ଏବଂ ଭେନାକାଭା ଇତ୍ୟାଦିକୁ ସଙ୍କୁଚିତ କରି ରଖୁଥିଲା।

ଏପରିକି ହୃତପିଣ୍ଡରୁ ଅମ୍ଳଜାନ ବହନ କରୁଥିବା ବଡ ଶିରା ଓ ଅନ୍ତ ନଳୀକୁ ମଧ୍ୟ ଗୋଟିଏ ପଟକୁ ଠେଲି ରଖୁଛି ବୋଲି ଜଣାପଡ଼ିଥିଲା। ଶ୍ରୀମତୀ ଦାନୀଙ୍କର ପୂର୍ବରୁ ଦୁଇ ଦୁଇଟି ଅପରେସନ୍ କରିଥିବା ପ୍ରଫେସର ସାହୁ ଏହି ସୂଚନା ଦେଇଛନ୍ତି। ୨୦୧୨ ମସିହାରେ ସଂପୃକ୍ତ ମହିଳାଙ୍କ ପେଟରେ ୧୫ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସମ୍ ହସ୍ପିଟାଲରେ ତାଙ୍କର ପ୍ରଥମ ଅପରେସନ୍ କରାଯାଇ ଟ୍ୟୁମରକୁ ବାହାର କରାଯାଇଥିଲା।

ସେହିପରି ପୁର୍ନବାର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସେ ଅପରେସନ୍ ନିମନ୍ତେ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବିଭିନ୍ନ ସମସ୍ୟା ଯୋଗୁଁ ସଠିକ ରୂପେ ଚିକିତ୍ସା ହୋଇପାରି ନଥିଲା। ଏପରି କି ଅସ୍ତ୍ରୋପଚାର ସଫଳ ହୋଇନଥିଲା।

Comments are closed.