Odisha Link
Bridging the Missing Links in Odisha

ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ

କଟକ: ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହେଇଛି। ଏନେଇ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁଳମଣିଙ୍କ ଅନ୍ୟ ଜଣେ ସହଯୋଗୀ ଏବେ ଗୁରୁତର ଅଛନ୍ତି। ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ବରାଳ ହେଉଛନ୍ତି ମହାଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ। ତାଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା କରିଥିବା ବିଜେପିର ନେତାମାନେ ଅଭିଯୋଗ କରିଛନ୍ତି।

Comments are closed.